କୃଷ୍ଣ ପ୍ରସାଦ ମିଶ୍ର (୧୯ ଅପ୍ରେଲ ୧୯୩୩-୧୩ ଫେବୃଆରୀ ୧୯୯୪) ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସ୍ୱତନ୍ତ୍ର କଥାଧର୍ମର ଶୈଳୀକାର ଭାବରେ କୃଷ୍ଣପ୍ରସାଦ ମିଶ୍ର ଜଣେ କୃତବିଦ୍ୟ ସାରସ୍ୱତ ସାଧକ । ସେ ଏକାଧାରରେ ଥିଲେ ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ସମାଲୋଚକ ତଥା ଦର୍ଶନଶାସ୍ତ୍ରର ପ୍ରଫେସର । ଭାରତୀୟ ସଂସ୍କୃତିର ସେ ଥିଲେ ଜଣେ ମୁଗ୍ଧ ପ୍ରବକ୍ତା । 'ମୃଗତୃଷ୍ଣା', 'ସିଂହକଟୀ', 'ନେପଥ୍ୟେ' ଉପନ୍ୟାସ ତ୍ରୟରେ ଆଧୁନିକ ବ୍ୟକ୍ତି ଜୀବନର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ସହିତ 'ମୌନାବତୀ ରାତ୍ରି', 'ନାଏଗ୍ରା ଓ ଦେବଜାନୀ', 'ଅରଣ୍ୟ ଓ ଉପବନ', 'ଭୃଗୁ ସଂହିତା', 'ନିଜକୁ ନାୟକ କରି', 'ପଶ୍ଚିମା', 'ସନାତନ ଓଝା ଗଲେ କୁଆଡ଼େ', 'ଚିତ୍ରିତ ଚାଦର', 'ପର୍ବତାରୋହଣ', 'ମାଣିକ ସନ୍ଧାନ', 'ଡାଫୋଡିଲ୍]' ଓ 'ଗଙ୍ଗଶିଉଳି' ଗଳ୍ପ ସଂକଳନଗୁଡ଼ିକ କୃଷ୍ଣପ୍ରସାଦଙ୍କ ସ୍ୱତନ୍ତ୍ର ଗଳ୍ପଦୃଷ୍ଟିର ପରିଚାୟକ ହୋଇଛି । କଥାବିନ୍ୟାସର ନାଟକୀୟତା, ସାମାଜିକ ଜୀବନମୂଲ୍ୟ ସହିତ ବ୍ୟଞ୍ଜନାତ୍ମକ ଶବ୍ଦ ସଂଯୋଜନା ତାଙ୍କ ସୃଷ୍ଟିର ଅନ୍ତଃସୌନ୍ଦର୍ଯ୍ୟକୁ ପରିପୁଷ୍ଟ କରିଛି । 'ଚିତ୍ରିତ ଚାଦର' ଗଳ୍ପ ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ।
![]() |
Ask a Question About this Product More... |
![]() |